ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ୍ । ନଭେମ୍ବର ୩ ତାରିଖରେ ନିଆଯିବ ଭୋଟ୍ । ଏଥିପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ଜାରି ହେବ । ଅକ୍ଟୋବର ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ମତଦାନ ରହିଛି । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିଂବଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି । ଉପନିର୍ବାଚନ ତାରିଖ ଘୋଷଣା ସହ ଉପନିର୍ବାଚନ ଉଷ୍ଣତା ବଢ଼ିଛି ।
୨୦୧୯ ବିଧାନସଭା ନିର୍ବାଚନରେ ୪ହଜାର ୬୨୫ ଭୋଟ୍ ବ୍ୟବଧାନରେ ଜିତିଥିଲେ ବିଷ୍ଣୁ ସେଠୀ । ତାଙ୍କୁ ମିଳିଥିଲା ୮୦ହଜାର ୧୧୧ ଭୋଟ୍ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୭୫ହଜାର ୪୮୬ ଭୋଟ୍ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କୁ ମିଳିଥିଲା ୭ହଜାର ୩୦୩ ଖଣ୍ଡ ଭୋଟ୍ । ୨୦୧୯ ବିଧାନସଭା ନିର୍ବାଚନ ପରେ ଏଯାଏଁ ରାଜ୍ୟରେ ୫ଟି ଉପନିର୍ବାଚନ ହେଲାଣି । ସବୁଠୁ ଉଡ଼ିଛି ବିଜେଡିର ବିଜୟ ବାନା । ବିଜେପି ସିଟ୍କୁ ବି ବିଜେଡି ଛଡ଼ାଇ ଆଣିଛି ।