ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ କେତେ ପଦବୀ ଖାଲି ପଡିଛି କେତେ ନିଯୁକ୍ତି ଦିଆଯିବ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ ସରକାର:ଧର୍ମେନ୍ଦ୍ରଙ୍କ ଟାର୍ଗେଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ରାଜ୍ୟ ସରକାରଙ୍କ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା ପ୍ରସଙ୍ଗ।ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର।ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ କେତେ ପଦବୀ ଖାଲି ପଡିଛି କେତେ ନିଯୁକ୍ତି ଦିଆଯିବ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ ସରକାର। ଏହି ଘୋଷଣା ଶୁଣିବା ପରେ ଉତ୍ସାହିତ ହୋଇଥିଲି | ହେଲେ ପରେ ଗଣମାଧ୍ୟମର ଖବରରୁ ଜାଣିବା ପରେ ଏହା ଦ୍ଵନ୍ଦ ସୃଷ୍ଟି କରିଛି।ପୂର୍ବରୁ ଏମାନଙ୍କୁ ଦିଆଯାଇଥିବା ନିଯୁକ୍ତି ପତ୍ରରେ ଲେଖା ଯାଇଥିଲା କିଏ କେତେ ଦିନ ପରେ ସ୍ଥାୟୀ ହେବେ। ତେବେ ଏହି ଘୋଷଣା ରେ ନୂଆ କଣ ହେଲା ? ଆରମ୍ଭରୁ କାଁହୁକି ଷ୍ଟାୟୀ ଭାବେ ନିଯୁକ୍ତି ଦିଆ ଗଲା ନାହିଁ ?ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ କୁ ଏହି ଘୋଷଣା ପରେ ନିରାଶ ହେବାକୁ ପଡିଛି।

ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଥିଲେ ବି ନିଯୁକ୍ତି ଦିଆ ଯାଉନି | ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୁଇଟି ବିଭାଗରେ କେତେ ପଦବୀ ଖାଲି ପଡିଛି କେତେ ନିଯୁକ୍ତି ଦିଆଯିବ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ | ଓଡିଶା ର ବିକାଶ ନ ହେଲେ ଦେଶ ର ବିକାଶ ଅସମ୍ଭବ | ମୋର ଆଶା ଏବଂ ବିଶ୍ୱାସ ଓଡିଶାର ସ୍ୱାର୍ଥକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ଏହା କରିବେ।

Leave A Reply

Your email address will not be published.