ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରାର୍ଥନା ସଭାରେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ ଶନିବାର ଦିନ ସହର ଉପକଣ୍ଠ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ କଲେଜ ପୁଣି ୩ଜଣ ଛାତ୍ରୀ ପ୍ରାର୍ଥନା ସଦ୍ଭା ଚାଲିଥିବା ବେଳେ ଚେତାଶୁନ୍ଯ ହୋଇ ପଡ଼ିଥିଲେ । ଜଣଙ୍କୁ ମୁଖ୍ଯ ଚିକିତ୍ସାଳୟକୁ ନେଇ ଚିକିତ୍ସ। କରାଯାଇଥିବା ବେଳେ ଅନ୍ଯ ଦୁଇ ଜଣକୁ କଲେଜ କ୍ଯାମ୍ପସ ପରିସରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତେ ସୁସ୍ଥ ଅଛନ୍ତି । ସହପାଠୀ ଛାତ୍ରକୁ ହରାଇ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିବା ଯୋଗୁ ଅସୁସ୍ଥ ହେଉଥିବା ଅନୁମାନ କରାଯାଉଛି । ଛାତ୍ର ଛାତ୍ରୀ ମାନଙ୍କର ମାନସିକ ଚିନ୍ତା ଦୁର କରିବାକୁ ପିଲାମାନଙ୍କ ଅଭିଭାବକ ମାନଙ୍କୁ ଡାକି ଘରକୁ ପଠାଇ ଦିଆଯାଇଛି । ଅଭିଜିତଙ୍କ ଅକାଳ ବିୟୋଗ ଯୋଗୁ ଝୁରି ହେଉଛନ୍ତି କଲେଜର ସାଙ୍ଗ, ସାଥି ଓ ଶିକ୍ଷକ ମାନେ ।
ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ଇଲେକ୍ଟ୍ରିକାଲ ପ୍ରଥମବର୍ଷ ର ଛାତ୍ର ଅଭିଜିତ ଦାସ ଙ୍କ ଗତ ଶୁକ୍ରବାର ପ୍ରାର୍ଥନା ସଭାରେ ହଠାତ ଅସୁସ୍ଥତା କାରଣରୁ ଖସିପଡ଼ିଥିଲେ ତାଙ୍କୁ ଢ଼େଙ୍କାନାଳ ମୁଖ୍ଯ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ପରିସରରେ ମା ତାର ଏକ ମାତ୍ର ପୁଅ କୁ ହରାଇ ଯେଉଁ ବିକଳ ହୋଇ ପୁଅ କୁ କୁଣ୍ଢାଇ କାନ୍ଦୁଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଥିଲା । କୌଣସି ଅସୁସ୍ଥତା ନଥାଇ ହଠା ୧୭ ବର୍ଷର କିଶୋର ର ଏଭଳି ମୃତ୍ୟୁ କୁ ତାର ସାଙ୍ଗସାଥୀ କେହି ବି ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଝୁରୁଛି କଲେଜ ର ସାଙ୍ଗ ସାଥି ଓ ଶିକ୍ଷକମାନେ।
କଲେଜ ର ଅଧ୍ୟାପକ କହିଛନ୍ତି ଅଭିଜିତ ଜଣେ ସରଳ,ମେଧାବୀ ଏବଂ ଶାନ୍ତ ସ୍ଭାବ ର ଛାତ୍ର ଥିଲେ। ବାୟେଜ୍ ହଷ୍ଟେଲ ରୁମ୍ ନଂ ୨୦୬ ରେ ସେ ତାଙ୍କ ସାତ ଜଣ ସାଙ୍ଗଙ୍କ ସହିତ ରହୁଥିଲେ। ସେ ସବୁଦିନ ପରି ଗତକାଲି ମଧ୍ୟ ବାପା ଙ୍କୁ ଫୋନ କରି ଦୋକାନ ଖୋଲିବାକୁ ଉଠାଇ ଥିଲେ ଓ ମା ଙ୍କ ସହ କଥା ହୋଇସାରି ୯ଟା ରେ ପ୍ରାଥାନ ସଭା କୁ ଆସିଥିଲେ । ସେଠାରେ ସେ ଲାଇନ ରେ ଛିଡ଼ା ହୋଇଥିବା ବେଳେ ହଠା ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ , ତାଙ୍କୁ ଶିକ୍ଷକ ଓ ପିଲାମାନେ ମିଶି ପ୍ରାଥମିକ ଆଶୁ ଚିକିତ୍ସା କରି ସଙ୍ଗେ ସଙ୍ଗେ ଏକ କାର ଯୋଗେ ଢ଼େଙ୍କାନାଳ ମୁଖ୍ଯ ଚିକିତ୍ସାଳୟ କୁ ନେଇଥିଲେ ମାତ୍ର ସେଠାରେ ସେ ମୃତ୍ୟୁ ବରଣ କରିଥିଲେ।
ତାଙ୍କ ରୁମ୍ ସହପାଠୀ ଙ୍କ କହିବା କଥା ଯେ ଅଭିଜିତ ଗତକାଲି ସକାଳ ୬:୩୦ ରେ ଉଠି ନିତ୍ୟକର୍ମ ସାରିଥିଲେ । ସାଙ୍ଗ ମାନଙ୍କ ସହିତ ହସଖୁସିରେ କଥା ହୋଇ ୮ ପରେ ଛତୁଆ ଖାଇ ଥିଲେ । ଏବଂ ୮:୪୦ରେ ଘରକୁ ଫୋନ୍ କରି ମା ବାପା ଙ୍କ ସହିତ କଥା ହୋଇଥିଲେ। ତାଙ୍କ ରୁମ୍ ରେ ରହୁଥିବା ଅନ୍ଯ ସାଙ୍ଗମାନେ ଖଟ ଉପରେ ବସି ରହି ସାଙ୍ଗ କୁ ଝୁରୁଥିବା ର ଦୃଶ୍ଯ ବେଶ୍ ହୃଦୟସ୍ପର୍ଷୀ। ତା ଖଟ ପାଖରେ ସୋଉଥିବା ସାଙ୍ଗ ଟି ନିଜ ମୋବାଇଲ ରେ ଅଭିଜିତ ର ଫଟୋ କୁ ଦେଖି ଆଖିରୁ ଲୁହ ଝରାଉଛି । ଅଭିଜିତଙ୍କ ଅକାଳ ବିୟୋଗ ସମସ୍ତ ଙ୍କ ମନରେ କଷ୍ଟ ଦେଇଛି ତାଙ୍କ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ କଲେଜ ପରିସର ଦୁଃଖଖ ପରିବେଷ ସୃଷ୍ଟି କରିଛି । ସାଙ୍ଗସାଥୀ ମାନଙ୍କ ମନରେ ଗଭିର ଆଘାତ ଦେଇଛି । ତାଙ୍କୁ ଝୁରୁଛନ୍ତି କଲେଜ ଓ ସହପାଠୀ ମାନେ ।