ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିବାଦରେ ଧୀରେନ୍ଦ୍ର ଶାସ୍ତ୍ରୀ । ଶିରଡିର ସାଇ ବାବାଙ୍କ ଉପରେ ବାଗେଶ୍ୱର ଧାମର ଆଚାର୍ୟ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ଦେଇଥିବା ବିବୃତ୍ତି ସମ୍ପର୍କରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ, ଧାର୍ମିକ ଭାବନାକୁ ଆଘାତ ଦେଇ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଦାବି କରାଯାଇଛି।
ବାଗେଶ୍ୱର ଧାମ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଦାଖଲ କରାଯାଇଛି। ଅଭିଯୋଗରେ ଶିବସେନା (ଉଦ୍ଧବ ଦଳ) ଯୁବ ସେନା ନେତା ତଥା ଶିର୍ଡି ସାଇ ସନ୍ଥାନର ପୂର୍ବତନ ଟ୍ରଷ୍ଟି ରାହୁଲ କାନଲ ଧୀରନ୍ଦ୍ର ଶାସ୍ତ୍ରୀଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି।