ବଦଳିଲା ଖେଳରତ୍ନ ପୁରସ୍କାରର ନାମ। ଖେଳରତ୍ନ ପୁରସ୍କାର ନାମ ବଦଳିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜୀବ ଗାନ୍ଧି ଖେଳରତ୍ନ ବଦଳରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ହେବ ବୋଲି ସୂଚନା ମିଳିଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା, ତେଣୁ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରସ୍କାରର ନାମ ପରିବର୍ତ୍ତନ ହୋଇଥିବା କହିଲେ ମୋଦି।
I have been getting many requests from citizens across India to name the Khel Ratna Award after Major Dhyan Chand. I thank them for their views.
Respecting their sentiment, the Khel Ratna Award will hereby be called the Major Dhyan Chand Khel Ratna Award!
Jai Hind! pic.twitter.com/zbStlMNHdq
— Narendra Modi (@narendramodi) August 6, 2021
ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ବର୍ତ୍ତମାନ ସମୟରେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ନାମରେ ନାମିତ କରାଯାଇଛି। ଏବେ ଏହି ପୁରସ୍କାରକୁ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ ବୋଲି ମୋଦି କହିଛନ୍ତି। ଏହାସହ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମେଜର୍ ଧ୍ୟାନ ଚାନ୍ଦଙ୍କ ନାମାନୁସାରେ ‘ଖେଳ ରତ୍ନ ଆୱାର୍ଡ’କୁ ନାମିତ କରିବା ଲାଗି ମୁଁ ସମଗ୍ର ଭାରତର ନାଗରିକମାନଙ୍କଠାରୁ ଅନେକ ଅନୁରୋଧ ଆସୁଥିବା ନେଇ ଜାଣିବାକୁ ପଡ଼ିଛି। ଦେଶବାସୀଙ୍କ ପ୍ରସ୍ତାବ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ଏଣିକି ‘ଖେଳ ରତ୍ନ ଆୱାର୍ଡ’କୁ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ! ଜୟ ହିନ୍ଦ୍! ସୂଚନା ଅନୁସାରେ, ଅଲମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ଜିତିବା ପରେ ଏହି ଦାବି ଜୋରସୋରରେ ହୋଇଥିଲା। ଆଉ ଆଜି ମୋଦି ଏହାକୁ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି।