SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ

0

କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା ଜଣାପଡିଛି । କିନ୍ତୁ କେଉଁ ପରିସ୍ଥିତିରେ ପଡିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସୂଚନା ମୁତାବକ, ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ । ସେହିପରି ମଙ୍ଗବାର ଦିନ ଜଣେ ବୃଦ୍ଧ ମଧ୍ୟ କୋଭିଡ ହସ୍ପିଟାଲ ପାଇଖାନାରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.