ହୀରକ ଜୟନ୍ତୀ ସମାରୋହ ଆଜି ଉଦଘାଟିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସରକାରୀ ଉଚ୍ଚ ବିଦ୍ୟାଳୟ କରଞ୍ଜିଆର ତିନି ଦିନିଆ ହୀରକ ଜୟନ୍ତୀ ସମାରୋହ ୨୦୨୩ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ପୂର୍ବରୁ ହୀରକ ଜୟନ୍ତୀ ସମାରୋହ କମିଟି ସାଧାରଣ ସମ୍ପାଦକ ଅନିଲ ଚାରୁଦର୍ଶୀଙ୍କ ନେତୃତ୍ବରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ଖିଚିଂ ସ୍ଥିତ ମା କିଚକେଶ୍ବରରୀଙ୍କ ନିକଟରୁ ଆଜ୍ଞାମାଳ ଓ ଏକ ଜ୍ୟୋତି ଖିଚିଂ ଠାରୁ ସ୍ୱାଧୀନ ଦାସ, ବିଦେଶୀ ରାଜ, ସୁରେନ୍ଦ୍ର ନାୟକ, ଚନ୍ଦନ କୁମାର ମଣ୍ଡଳ, ଚିକୁ ଭୁଜବଳ ଓ ସିପୁ ନାୟକଙ୍କ ସହଯୋଗରେ କରଞ୍ଜିଆ ଅଣାଯାଇଥିଲା ।

ବିଦ୍ୟାଳୟ ପରିସରରୁ ଏହି ଜ୍ୟୋତି ସହ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ, ବର୍ତ୍ତମାନର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଦ୍ରୌପଦୀ ବାଳିକା ବିଦ୍ୟାଳୟ ନିଶାପଶି ପଡିଆବେଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଜିଆଣୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କରଞ୍ଜିଆ, ଭାଙ୍ଗଡା ପାର୍ଟି କଟକ ଓ କଲିକତାର ଏକ ବ୍ୟାଣ୍ଡ ପାର୍ଟି ଦଳ ୭୫ ତମ ବାର୍ଷିକ ସମାରୋହ ଧ୍ବଜ ଧରି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ଉଦଘାଟନୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା | ଏହି ଉଦଘାଟନୀ ଉତ୍ସବର ସଭାପତିତ୍ର ହୀରକ ଜୟନ୍ତୀ କମିଟି ସଭାପତି କର୍ଣ୍ଣେଲ ସନ୍ତୋଷ କୁମାର ପୃଷ୍ଟି କରିଥିବା ବେଳେ ମୁଖ୍ୟ ଅତିଥି ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୁଖ୍ୟ ବକ୍ତା ଭାବେ ସୁନାମ ଧନ୍ୟ ବକ୍ତା ଓ ସାହିତ୍ୟିକ ଡ଼ ସୁରେନ୍ଦ୍ର ମୋହନ ମିଶ୍ର, ସାଧାରଣ ସମ୍ପାଦକ ଅନିଲ ଚାରୁଦ୍ରଶୀ, ସାଂଗଠାନିକ ସମ୍ପାଦକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ବାରିକ୍ ସଭା ମଣ୍ଡନ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ୧୯୮୯ ବ୍ୟାଚ ଛାତ୍ର ଦେବବ୍ରତ ଦାସ ଓ ଟିଭି ଉଦଘୋଷକ ଅନୁସୟା ସାହୁ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥ୍ ଗଣ ମା’ କୀଚକେଶ୍ବରୀ ମନ୍ଦିରରୁ ଅଣାଯାଇଥିବା ଆଜ୍ଞାମାଳରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଅତିଥିମାନଙ୍କୁ ସମ୍ବଦ୍ଧନା ଜ୍ଞାପନ ଓ ସେମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସଂଗୀତ ପରିବେଷଣ ବିଦ୍ୟାଳୟ ଛାତ୍ରୀମାନେ କରିଥିଲେ । ସଭାପତି କର୍ଣ୍ଣେଲ ପୃଷ୍ଟି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଅନ୍ୟାନ୍ୟ ଅତିଥି ମାନେ ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରସ୍ବତୀ ବନ୍ଦନା, ମଣିପୁରୀ ନୃତ୍ୟ, କଥକ, ଝୁମର ଓ ମେଲୋଡ଼ି ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.