ବିସ୍ମୟ ବାଳକ ସୋୟଂପ୍ରକାଶ ଙ୍କ ବିଦୁତ ଆଘାତ ରେ ମୃତୁ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବିସ୍ମୟ ବାଳକ ଙ୍କ ର ବିଦୁତ ଆଘାତ ରେ ମୃତୁ | ଡେରାବିଶ କାଉପଡା ପଞ୍ଚାୟତ ସାନ ଫୋଗଲ ଗ୍ରାମ ର ସନ୍ତୋଷ କୁମାର ହୋତା ଙ୍କ ଏକ ମାତ୍ର ପାଞ୍ଚ ବର୍ଷୀୟ ସ୍ୱୟଂ ପ୍ରକାଶ ହୋତା ସକାଳେ ବିଦୁତ ଆଘାତ ରେ ଗୁରୁତର ହେବାରୁ ଛତା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେବା ବାଟରେ ତାଙ୍କର ମୃତୁ ଘଟିଛି |

ସୋୟଂ ପ୍ରକାଶ ଅନର୍ଗଳ ନିର୍ଭୁଲ ଇଂରାଜୀ କହିବା ଦ୍ୱାରା ଅନେକ ମଞ୍ଚ ରେ ସମ୍ମାନିତ ହେଇଥିଲେ | ତାଙ୍କର ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସେ ବିଭିନ୍ନ ସାଧାରଣ ଜ୍ଞାନ ଓ ପୃଥିବୀ ର ସମସ୍ତେ ଦେଶ ର ନାମ, ସମସ୍ତ ଦେଶ ଓ ରାଜ୍ୟ ର ରାଜଧାନୀ ର ନାମ,ସମସ୍ତ ଫଳ, ଫୁଲ ର ନାମ ଇତ୍ୟାଦି ସହଜ ରେ ମନେ ରଖି ପାରୁଥିଲେ | ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କର ଅସୀମିତ ଜ୍ଞାନ ଓ ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସାଧାରଣ ଜ୍ଞାନ ପାଇଂ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ | ଓ ପୁରସ୍କୃତ ମଧ୍ୟ ହୋଇଥିଲେ |  ସୋୟମ ପ୍ରକାଶ ଇଉ କେଜି ର ଛାତ୍ର ଥିବା ବେଳେ ଖୁବ କମ ବୟସ ରେ ତାଙ୍କର ପ୍ରତିଭା ଚମକି ଉଠିଥିଲା |

ବଡ଼ ହେଲେ ପୋଲିସ ହେବାକୁ ସ୍ବପ୍ନ ଦେଖିଥିବା ସୋୟମ ପ୍ରକାଶ ଆଜି ସକାଳୁ ଟିଭି ଦେଖିବାକୁ ପ୍ଲଗ ଲଗାଉ ଥିବା ବେଳେ ଇଲେକ୍ଟ୍ରି ବୋର୍ଡ ରୁ ସର୍ଟ ସର୍କିଟ ଯୋଗୁ ବିଦୁତ ଆଘାତ ଯୋଗୁଁ ତାଙ୍କର ମୃତୁ ହୋଇଥିଲା |  ପ୍ରଥମେ ଛତା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେବା ବେଳେ ସେ ମୃତ ଜଣାପଡିବା ପରେ ତାଙ୍କ ଶବ ବ୍ୟବଛେଦ ପାଇଂ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା |

Leave A Reply

Your email address will not be published.