ବିଶ୍ଵ ଏଡସ୍‌ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବିଶ୍ଵ ଏଡସ୍‌ ଦିବସ ପାଳିତ|  ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ୍‌ ରିବନ କ୍ଲବ, ଏନ୍ଏସଏସ, ଏବଂ ଏନସିସି ବିଭାଗ ର ମିଳିତ ଉଦ୍ୟମରେ ବିଶ୍ଵ ଏଡସ୍ ଦିବସ ପାଳନ ଅବସରରେ ଏକ ସଚେତନତା ସଭା ଅଧ୍ୟକ୍ଷ ପ୍ରଫେସର ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ଵ ଅନୁଷ୍ଠିତ ହୋଇଯାଇଛି।

ସମ୍ମାନିତ ଅତିଥି ଭାବେ ମହାବିଦ୍ୟାର ବୋଟନୀ ବିଭାଗର ମୁଖ୍ୟ ଡକ୍ଟର ବୀରନାରାୟଣ ଚ୍ୟାଉପଟ୍ଟନାୟକ ପଦାର୍ଥବି ଜ୍ଞାନର ମୁଖ୍ୟ ପ୍ରଫେସର ହେମନ୍ତ କୁମାର ଗିରି ଇତିହାସ ବିଭାଗର ର ଅଧ୍ୟାପକ ପିତାମ୍ବର ମିଶ୍ର ଅଜିତ ମହାପାତ୍ର କ୍ଷୀରଦ କୁମାର ତୁର୍କ ଦାରାସିଂ ମହାନ୍ତ ତଥା ବିଷୟ ବିଶେଷଜ୍ଞ ଭାବେ ମୟୂରଭଞ୍ଜ ଜିଲ୍ଲା ର ଏଡସ୍‌ ସେଲର ସୁପର ଭାଇଜର ବୈକୁଣ୍ଠନାଥ ସାଲ ସୁରକ୍ଷିତ ଯୌନ ସମ୍ପର୍କ ପାଇଁ ଆଧୁନିକ ପ୍ରଣାଳୀ ତଥା ସାଧନର ବ୍ୟବହାର ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପରିଶେଷରେ ଏନ ଏସ ଏସ୍‌ର ପ୍ରୋଗ୍ରାମ ଅଫିସର ଡକ୍ଟର ମାନସ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲ। ଏଥିରେ ସହ ସଂଯୋଗଯିକା ସସ୍ମିତା ଟୁତୁ ସହଯୋଗ କରିଥିଲେ । । ଏହାପରେ ଏକ ସଚେତନତା ମୂଳକ ରାଲି ରେଡକ୍ରସ ଅଧିକାରୀ ହଳଧର ବାରିକ ଙ୍କ ତତ୍ୱାବଧାନ ସହର ପରିକ୍ରମା କରିଥିଲା।

Leave A Reply

Your email address will not be published.