ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ମଣିପୁର ଘଟଣାକୁ ନେଇ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ଖୁବ୍ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଥିବା ଘଟଣାରେ ଏପରି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ। ଦେଶବାସୀଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, କୌଣସି ଦୋଷୀ ତ୍ରାହି ପାଇବେ ନାହିଁ। ସମସ୍ତ ସାମର୍ଥ୍ୟ ଲଗାଇ ଆଇନ ଏ ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ମଣିପୁରୀ କନ୍ୟାମାନଙ୍କ ପ୍ରତି ହୋଇଥିବା ଭ୍ୟବିଚାର କ୍ଷମଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।