ବସ୍ ଉପରେ ପଡ଼ିଲା ଗଛ; ବର୍ତ୍ତିଲେ ୪୦ ଯାତ୍ରୀ

0

ଓଡ଼ିଆ ନ୍ୟୁଜ୍: କାଳବୈଶାଖୀ ପବନରେ ଗଛ ଭାଙ୍ଗି ବସ୍ ଉପରେ ପଡ଼ିଲା।ବିଜୟଲକ୍ଷ୍ମୀ ନାରାୟଣପୁର ଗାଁରେ ବସ୍ ଉପରେ ପଡ଼ିଲା ଗଛ।ବସ୍‌ରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ, କେହି ଆହତ ହୋଇନାହାନ୍ତି।

ଗତ ତିନିଦିନ ତଳେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ ବୋଲି ସୂଚନା ମିଳିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ମଧ୍ୟ ଦିଆଯାଇଥିଲା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଯାହା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏଥିସହ କେତେକ ଅଞ୍ଚଳରେ ରାସ୍ତାରେ ୪/୫ ଇଞ୍ଚର କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଥିଲା । ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଜାତୀୟ ରାଜପଥରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଡାଲି ଜାତୀୟ ମୁଗ ବିରି,ସୂର୍ଯ୍ୟମୁଖୀ ଫସଲ ଓ ଚାଷୀ କରିଥିବା ପନିପରିବା ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିଲା ।

Leave A Reply

Your email address will not be published.