ଖୋଳା ହେଲା ବହୁ ଚର୍ଚ୍ଚିତ ଏମାର ମଠ; ମିଳିଲାନି ଗୁପ୍ତଧନ

0

ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ପୁରୀ ସ୍ଥିତ ଏମାର ମଠ ଖୋଳା ଶେଷ ହୋଇଛି । ଗତ ସେପ୍ଟେମ୍ବରରେ ୧୬ ତାରିଖରେ ଏମାର ମଠ ପରିସରରେ ୩ଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମେଟାଲ ଡିଟେକ୍ଟର ଦ୍ୱାରା ଚିହ୍ନଟ କରିଥିଲେ ବିଶେଷଜ୍ଞ । ଆଜି ସେହି ୩ ସ୍ଥାନକୁ ଖୋଦନ କରାଯାଇଛି । ଏଥିରୁ କୌଣସି ଧାତବ ଦ୍ରବ୍ୟ ମିଳିନଥିବା ସୂଚନା ରହିଛି । ତେବେ ଖୋଳା ହେବାବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଖୋଳା ପ୍ରକ୍ରିୟା ହୋଇଛି । ବହୁ ଚର୍ଚ୍ଚିତ ଏମାର ମଠରୁ ୨୦୧୧ରେ ୫୨୨ ଖଣ୍ଡ ରୁପା ଇଟା ବାହାରିପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ କିଛି ଗୁପ୍ତଧନ ବାହାରିବା ଆଶାରେ ଆଜି ପୁଃନର୍ବାର ଯାଞ୍ଚ କରାଯାଇଥିଲା ।

Leave A Reply

Your email address will not be published.