ଓଡ଼ିଆ ପୁଅ ହାତରେ ଭାରତୀୟ ହକିର ଭାର: ହକି ଇଣ୍ଡିଆ ସଭାପତି ହେଲେ ଦିଲ୍ଲୀପ ତିର୍କୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଆ ପୁଅ ହାତରେ ଭାରତୀୟ ହକିର ଭାର । ପୂର୍ବତନ ମହାନ ହକି ଖେଳାଳି ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ସଭାପତି ପଦ ପାଇବାରେ ସେ ପ୍ରଥମ ଓଡ଼ିଆ । ହକି ଇଣ୍ଡିଆର ସଭାପତି ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିଲେ । ଓଡ଼ିଶାରୁ ଦିଲ୍ଲୀପ ତିର୍କୀ, ଝାଡ଼ଖଣ୍ଡରୁ ଭୋଲାନାଥ ସିଂହ ଓ ଉତ୍ତରପ୍ରଦେଶରୁ ରାକେଶ କତାୟଲ । ଅକ୍ଟୋବର ୧ରେ ଥିଲା ନିର୍ବାଚନ, ଆଜି ଥିଲା ନାମାନଙ୍କନ ପ୍ରତ୍ୟାହାରର ଶେଷ ତାରିଖ।

ଭୋଲନାଥ ସିଂହ ଓ ରାକେଶ କାତୟାଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ବର୍ତ୍ତମାନ ଦିଲ୍ଲୀପ ତିର୍କୀ ଓଡ଼ିଶା ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ ଅଛନ୍ତି। ହକି ଇଣ୍ଡିଆକୁ ଧନ୍ୟବାଦ ଦେବା ସହ ଭାରତୀୟ ହକିକୁ ଶୀର୍ଷକୁ ନେବେ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ। .

Leave A Reply

Your email address will not be published.