ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ମୟୂରଭଂଜ ଗସ୍ତରେ ଯିବାର ଥିଲା | ହଜାର ହଜାର ଲୋକ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ | ମୁଖ୍ୟମନ୍ତ୍ରୀ ହେବା ପରେ ମୟୂରଭଂଜକୁ ଥିଲା ତାଙ୍କର ପ୍ରଥମ ଗସ୍ତ | ତେଣୁ ଅପେକ୍ଷା କରି ରହିଥିଲେ ହଜାର ହଜାର ଲୋକ ଆଉ କର୍ମୀ | ହେଲେ ଆସିଲେନି ମୁଖ୍ୟମନ୍ତ୍ରୀ | ଶେଷରେ ନିରାଶ ହୋଇ ଫେରିଗଲେ ଲୋକେ |
ହଁ ଦର୍ଶକ ବନ୍ଧୁ ଡହଡହ ଖରାରେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ହେଲ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଥିଲା। ସେ କାରକେଟ୍ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଫେଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର ଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ ରାଇସୁଆଁ ଏୟାରଷ୍ଟ୍ରିପ୍ ପହଞ୍ଚି ଥିଲେ।
ଠିକ୍ ସେତିକି ବେଳେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଟେକ୍ଅପ୍ କରିପାରିନଥିଲା। ବର୍ଷା କମିବା ପରେ ମୁଖ୍ୟମନ୍ତ୍ରୀ ଓ ସାଂସଦ ହେଲିକପ୍ଟରରେ ବସିବା ପାଇଁ ଆସିଥିଲେ। ହେଲେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ ସଡ଼କ ପଥରେ ଭୁବନେଶ୍ୱର ଫେରିଯାଇଥିବା ଜଣାପଡ଼ିଛି |