ତିରୁପତି ଲଡୁରେ ମିଶୁଛି ତମାଖୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିରୁପତି ଲଡୁକୁ ନେଇ ଜାରି ରହିଛି ବିବାଦ। ଏଥିରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ପ୍ରସାଦ ରୂପେ ବଣ୍ଟନ ହେଉଥିବା ଏହି ଲଡ଼ୁରେ ତମାଖୁ ମିଶୁଥିବା ନେଇ ଅଭିଯୋଗ ହୋଇଛି | ଆନ୍ଧ୍ରର ନାଇଡୁ ସରକାର ତିରୁପତି ମନ୍ଦିର ପ୍ରସାଦ ତିଆରିରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ମହାଭିଯୋଗ ଆଣି ପୂର୍ବ ଜଗନ୍ନ ରେଡ୍ଡୀ ସରକାର ଘେରିଥିଲା ।

ସରକାରଙ୍କ ଏପରି ଅଭିଯୋଗ ପରେ ହାଇକୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଛି ୱାଇଏସଆର । ସେପଟେ ଆନ୍ଧ୍ର ସରକାର ପ୍ରସାଦକୁ ଯାଞ୍ଚ ପାଇଁ ଦେଇଛନ୍ତି । ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ।

ତେବେ ସୂଚନା ଅନୁସାରେ, ଖମ୍ମମ୍‌ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ ନାମକ ଜଣେ ମହିଳା ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରୁ ପ୍ରସାଦ ଭାବେ ପାଇଥିବା ଲଡୁରେ ତମ୍ବାକୁ ପଡିଥିବା ଦେଖିବାକୁ ପାଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ,  ଗତ ୧୯ ତାରିଖରେ ସେ ଓ ତାଙ୍କ ପରିବାର ତିରୁପତି ଦର୍ଶନରେ ଯାଇଥିଲେ । ସେଠାକାର ପ୍ରସାଦ ସେବନ କରିବା ବେଳେ ପଦ୍ମାବତୀ ଲଡୁରୁ ଗୁଟ୍‌ଖା ଖଣ୍ଡ ଓ କାଗଜ ପାଇଥିଲେ । ଯାହାପରେ ସେ ଏନେଇ ମସ୍ତଙ୍କୁ ଜଣାଇଥିଲେ ।  ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହାସହିତ ଏହି ଘଟଣାରେ ପଦ୍ବାବତୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ପ୍ରସାଦରୁ ଏପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.