ଜମି ଦୁର୍ନୀତି ମାମଲାରେ ସିଦ୍ଧରମୟାଙ୍କ ଆବେଦନ ଖାରଜ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେପିର କର୍ଣ୍ଣାଟକ ୟୁନିଟ୍ ଏକ ପୋଷ୍ଟରେ ଏହା କହିଛି କି, ‘‘ମିଥ୍ୟାରେ ନିର୍ମାଣ କରିଥିବା ତୁମର ସାମ୍ରାଜ୍ୟ ପୂରାପୂରି ଭାଙ୍ଗି ସାରିଲାଣି। ବର୍ତ୍ତମାନ ସମ୍ମାନର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମୟ ଆସିଗଲା।’’

ଦକ୍ଷିଣ ବେଙ୍ଗାଲୁରର ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି, ‘‘ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଏମ୍‌ୟୁଡିଏ) ଜମି ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟପାଳଙ୍କ ବିରୋଧରେ ମାମଲା ରୁଜୁ କରିବାର ଆଇନଗତତାକୁ ଚ୍ୟାଲେଞ୍ଜ କରିଥିବା ସିଦ୍ଧରମୟାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସତ ବାହାରକୁ ଆସୁଛି।’’ ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି।

ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ, ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି। ରାଜ୍ୟପାଳ ତାଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୧୬ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Comments are closed.