ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପ ସଂସ୍ଥା। ରାଜ୍ୟ ଅର୍ଥନୀତିକୁ ଲାଗିପାରେ ଶକ୍ତ ଧକ୍କା। ସୂଚନା ଅନୁଯାୟୀ, ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି ।
ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୭ ମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ତତ୍କାଳୀନ ବିଜେଡି ସରକାର ବେଳେ ଚୁକ୍ତି କରିଥିଲା JSW । ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ।
ଏଥିପାଇଁ ତତ୍କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ। ମାତ୍ର ବର୍ତମାନର ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି। ତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାପଡ଼ିବ । ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ ଚୁଡ଼ାନ୍ତ ହୋଇନି ।
Comments are closed.