ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡ଼ଙ୍ଗା, ଗିନିଜ ବୁକ୍ ରେକର୍ଡ ପାଇଁ ପ୍ରଶାସନର ଚେଷ୍ଠା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡ଼ଙ୍ଗା। କଟକ ଐତିହାସିକ ବାଲିଯାତ୍ରାରେ ଗିନିଜ ଓ୍ୱାର୍ଲଡ଼ ରେକର୍ଡ ପାଇଁ ଏଭଳି ଯୋଜନା କରୁଛି ପ୍ରଶାସନ। ଆସନ୍ତା ୧୦ ତାରିଖରେ ଲଣ୍ଡନରୁ ପହଞ୍ଚିବ ଗିନିଜ ଉଆର୍ଲଡ଼ ରେକର୍ଡର ଅଫିସିଆଲ ଟିମ।ଆସନ୍ତା ୧୨ ତାରିଖରେ ଏହି କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ କରାଯିବାକୁ ଯୋଜନା ରଖାଯାଇଛି।

ପ୍ରତି ଅଂଶଗ୍ରହଣକାରୀଙ୍କୁ ସର୍ବ ନିମ୍ନ ୫ ଟି ଡଙ୍ଗା ତିଆରି କରିବାକୁ ହେବ। ଏହା ଭିତରୁ ଅତି କମରେ ୩ ଠିକ ହେଲେ ସେଗୁଡିକ ଯୋଗ୍ୟ ବିବେଚିତ ହେବେ। ଏହି ଅଭିଯାନ ପାଇଁ ଟେଣ୍ଡର ପ୍ରକିୟା ଜରିଆରେ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି ଏବଂ ୩୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି ବୋଲି ସିଏମସି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି। କଟକ ସହରର ବିଭିନ୍ନ ବୟସ ଵର୍ଗର ଜନସାଧାରଣ ତଥା ଅନେକ ସଙ୍ଘଗୁଡିକୁ ଏଥିରେ ସାମିଲ କରାଯିବ।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଡଙ୍ଗା ତିଆରି ଶିଖାଯିବ। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବାରେ ଏହି ଡଙ୍ଗା ତିଆରିରେ ଅଭିଯାନ ସହାୟକ ହେବ ବୋଲି ମେୟର କହିଛନ୍ତି। ଆଜି ସିଏମସି ସମ୍ମିଳନୀ କକ୍ଷରେ ଏହି ପ୍ରସ୍ତୁତିର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଉପସ୍ଥିତ କର୍ପୋରେଟର ତଥା ସିଏମସି କର୍ମଚାରୀ ଙ୍କୁ କାଗଜ ଡଙ୍ଗା ତିଆରି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ମେୟର, ଡେ଼ପୁଟି ମେୟର, କମିଶନର ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଡଙ୍ଗା ତିଆରି ଶିଖିବାରେ ସାମିଲ ହୋଇଥିଲେ। ପିଲା ଦିନ ସ୍ମୃତି ତାଜା ହୋଇ ଗଲା ବୋଲି ପ୍ରତିକ୍ରିୟା ରଖିଛନ୍ତି କର୍ପୋରେଟରମାନେ।

Leave A Reply

Your email address will not be published.