ଜିଲ୍ଲା ବ୍ୟାଡମିଣ୍ଟନ୍ ଚ୍ୟାମ୍ପିୟାନସିପ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ବ୍ୟାଡମିଣ୍ଟନ୍ ଡେଭଲପମେଣ୍ଟ କମିଟି ପକ୍ଷରୁ ବାରିପଦା ସ୍ଥିତ ଇନଡୋର ଷ୍ଟାଡିଅମ ଠାରେ ସୋମବାର ଜିଲ୍ଲା ବ୍ୟାଡମିଣ୍ଟନ୍ ଚ୍ୟାମ୍ପିୟାନସିପ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି ଉଦୟ କୁମାର ସାହୁ, ସମାଜସେବୀ ଅଜୟ ମୋଦି, ସାମ୍ବାଦିକ ସୁକାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।

ଅତିଥିମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ। ମୟୁରଭଞ୍ଜ ବ୍ୟାଡମିଣ୍ଟନ ବିକାଶ କମିଟି ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଚ୍ୟାମ୍ପିୟାନସିପ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସମୁଦାୟ ୧୬୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୧୨୦ଗୋଟି ଟିମ ରହିଛନ୍ତି। ଆଣ୍ଡର-୯ରୁ ନେଇ ବରିଷ୍ଠ ପର୍ଯ୍ୟନ୍ତ ୫ଗୋଟି କ୍ୟାଟେଗୋରୀରେ ଖେଳ ହେବ। ମ୍ୟାଚ ପରିଚାଳନା ନିମନ୍ତେ ବରିଷ୍ଠ ବ୍ୟାଡମିଣ୍ଟନ ରାଫ୍ରି ମାନେ ଉପସ୍ଥିତ ଥିଲେ। ଉକ୍ତ ଚ୍ୟାମ୍ପିୟାନସିପରେ ଉତ୍ତୀର୍ଣ୍ଣ ଖେଳାଳି ମାନେ ବ୍ୟାଡମିଣ୍ଟନରେ ଜିଲ୍ଲାସ୍ତରୀୟ ରାଙ୍କ ହାସଲ କରିଛନ୍ତି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚ୍ୟାମ୍ପିୟାନସିପ ଆୟୋଜନ କରାଯାଇଥିବା ବେଳେ ଏହାକୁ ନେଇ କ୍ରୀଡା ପ୍ରେମୀ ମାନେ ବେଶ ଖୁସି ପ୍ରକଟ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଡେଭେଲପମେଣ୍ଟ କମିଟି ପକ୍ଷରୁ ରବୀନ୍ଦ୍ର ବେହେରା, ସଂଯୋଜକ ସୌମେନକାନ୍ତି ମହାନ୍ତି, ସଂଯୋଜକ ସନ୍ତୋଷ ବିଶୋଇ, ରୂପମ ସ୍ୱାଇଁ ସମେତ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.