ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ଓ୍ବାୟନାଡ଼ ଜିଲାର ମେପ୍ପାଡ଼ି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣାରେ ବଢିଚାଲିଛି ମୃତ୍ୟୁସଂଖ୍ୟା। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ ଜଣ ଆହତ ହୋଇଛନ୍ତି। ଏଥିସହିତ ଶହ ଶହ ଲୋକ ଫସି ରହିଥିବାର ଆଶଙ୍କା ରହିଛି। ଏନ୍ଡିଆର୍ଏଫ୍ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି।
ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି। ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା କେରଳର ମନ୍ତ୍ରୀ ଏ.କେ. ଶଶିନ୍ଦ୍ରନ୍ ସୂଚନା ଦେଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବର୍ଷା ଯୋଗୁ ଉଦ୍ଧାରକାରୀ ଦଳଙ୍କୁ କଠିନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। “ୱାୟାନାଡ଼ର କିଛି ଅଂଶରେ ଭୂସ୍ଖଳନ ହେତୁ ମୁଁ ବିବ୍ରତ। ମୋର ସମବେଦନା ସେହି ସମସ୍ତଙ୍କ ସହ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।
ବର୍ତ୍ତମାନ ପ୍ରଭାବିତ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସେଠାରେ ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମ୍ଭାବ୍ୟ ସହାୟତା ଯୋଗାଇ ଦିଅଯିବ’’ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।
Comments are closed.