ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଥିଲା। ସ୍ବାଧୀନତା ପରେ ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି।
ଏହାପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ଏକକ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଅର୍ଥାତ୍ ଆଜି ପୁଣି ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ତାଙ୍କର ସାଥ୍ ଦେଇଥିଲେ ସରବଜୋତ୍ ସିଂହ। ସ୍ୱାଧୀନତା ପରେ ମନୁ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇପାରିଛନ୍ତି।
ଉଭୟେ କୋରିଆ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ଦୁହେଁ ୮ଟି ରାଉଣ୍ଡ ଜିତିଥିବା ବେଳେ କୋରିୟା ଟିମ୍ ମାତ୍ର ୫ଟି ରାଉଣ୍ଡ ଜିତିଥିଲେ। ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ମୁନ ଭାକର ଏବଂ ସରବଜୋତ ସିଂଙ୍କ ଯୋଡି ବ୍ରୋଞ୍ଜ ପଦକ ପାଇଁ କୋରିଆର ୱୋନୋହ ଏବଂ ଓ ଓହୋ ୟେ ଜିନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାରତୀୟ ଯୋଡି ୧୬-୧୦ ସ୍କୋର ସହିତ ଏହି ମ୍ୟାଚ ଜିତିଥିଲେ।