ଓଡ଼ିଆ ନ୍ୟୁଜ୍: ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ।ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗ୍ରୀନ୍ କାର୍କର ଫୁଟାଇବା ପାଇଁ ପୋଲିସର ଅନୁରୋଧ। ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ।ଗାଡ଼ିକୁ ଜବତ କରି ନେଇଯିବ PCR ଭ୍ୟାନ୍। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶ।ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିସିପି।
ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ଶଦ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ସମସ୍ତଙ୍କୁ ଅନୁରୋଧ କରିଛି। ମଦ ପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ିକୁ ଜବତ କରି ପିସିଆର ଭ୍ୟାନ୍ ନେଇଯିବ। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।