ଦୁର୍ଗା ପୂଜା ଭସାଣରେ ବାଜିବନି ଡିଜେ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି।ଭସାଣରେରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା।କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣ। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।

ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ। ଭସାଣ ବେଳେ ଲାଗିବନି ଲେଜର ଲାଇଟ। ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିସନର ଏସ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ବ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲ।

Leave A Reply

Your email address will not be published.