ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍‌ରେ ଜୋକୋଭିକ୍‌ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍‌ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଛନ୍ତି। ଫଳରେ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍‌ ପୁରୁଷ ଏକକରେ ସର୍ବାଧିକ ୩୫ ଥର ଫାଇନାଲ୍‌ରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଫାଇନାଲ୍‌ରେ ଜୋକୋଭିକ୍‌ ସ୍ପେନୀୟ ତାରକା ତଥା ବିଶ୍ବର ଏକ ନମ୍ବର ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ କିମ୍ବା ତୃତୀୟ ମାନ୍ୟତାପ୍ରାପ୍ତ ରୁଷୀୟ ଖେଳାଳି ଡାନିଏଲ୍ ମେଡଭେଡେଭଙ୍କୁ ଭେଟିବେ।

ଶୁକ୍ରବାର ରାତିରେ ଦ୍ବିତୀୟ ସେମିଫାଇନାଲ୍‌ରେ ଆଲକାରାଜ-ମେଡଭେଡେଭ ପରସ୍ପର ସହ ଖେଳୁଛନ୍ତି। ଆଲକାରାଜ ୬-୩, ୬-୩ରେ ପ୍ରଥମ ଦୁଇ ସେଟ୍‌ ଜିତିଛନ୍ତି। ଅପରପକ୍ଷେ କ୍ରୋଏସିଆର ମାତେ ପାଭିକ୍ ଓ ୟୁକ୍ରେନ୍‌ର ଲ୍ୟୁଦ୍‌ମିଲା କିଚେନକ୍‌ଙ୍କ ଯୋଡ଼ି ମିଶ୍ରିତ ଯୁଗଳ ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଏହି ସପ୍ତମ୍‌ ସିଡ୍‌ ଯୋଡ଼ି ବେଲ୍‌ଜିୟମ୍‌ର ଜୋରାନ୍‌ ‌ଭ୍ଲିଗେନ୍‌ ଓ ଚୀନ୍‌ର ଜୁ ୟିଫାନ୍‌ଙ୍କୁ ୬-୪, ୬-୭, ୬-୩ ରେ ହରାଇଥିଲେ।

Leave A Reply

Your email address will not be published.