ଧନତେରସରେ କିଣନ୍ତୁ ନାହିଁ ଏହି ଜିନିଷ ?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦୀପାବଳିରେ ଧନତେରସ୍ ର ମହତ୍ୱ ବହୁତ୍ ରହୁଛି। ଏହି ଦିନ ଘରକୁ ସୁନା କିମ୍ବା ପିତ୍ତଳ ଆଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଆପଣ ଜାଣିଛନ୍ତି କି, ଏହି ଧନ ତେରସ ଦିନ କେଉଁ ଜିନିଷ କିଣାଯାଏ ନାହିଁ। ଯଦି ନ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କିଣାଯାଏ ନାହିଁ।

ଲୁହା ଜିନିଷ ଭଗବାନ ଶନିଙ୍କର କାରକ ଭାବରେ ବିବେଚନା କରାଯାଏ। ତେଣୁ ଧନତେରସରେ ଲୁହା ଜିନିଷ କିଣିବା ଉଚିତ ନୁହେଁ। ଏହା ଘରେ ଦୁର୍ଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ କରାଯାଏ।

ଚିନା ମାଟିରେ ନିର୍ମିତ ଜିନିଷ କିଣିବା ଦ୍ୱାରା ଘରର ଅମଙ୍ଗଳ ହୋଇ ଥାଏ। କଳା ରଙ୍ଗ କିମ୍ବା କାଚରେ ନିର୍ମିତ ଜିନିଷଗୁଡିକ ମଧ୍ୟ ଧନତେରସ ଦିନ ଘରକୁ ଆଣିବା ଉଚିତ ନୁହେଁ କାରଣ ଏହା ରାହୁ ସହିତ ଜଡିତ। ଏହା ବ୍ୟତୀତ ଧନତେରସରେ ଆଲୁମିନିୟମ ବାସନ କିଣିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ।

Leave A Reply

Your email address will not be published.