ବାଇଡେନ୍‌ଙ୍କୁ ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ଓ ବିଫଳ ରାଷ୍ଟ୍ରପତି କହିଲେ ଡୋନାଲ୍ଡ ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆମେରିକାର ଫକ୍ସ ନ୍ୟୁଜ୍‌କୁ ଏକ ସାକ୍ଷାତାକାର ଦେଇ ଆମେରିକାର ଇତିହାସରେ ବାଇଡେନ୍‌ ‘ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ ଓ ‘ବିଫଳ ରାଷ୍ଟ୍ରପତି’ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର ୫ ଖରାପ ରାଷ୍ଟ୍ରପତିଙ୍କୁ ଯଦି ନିଆଯାଏ ତେବେ ବାଇଡେନ୍‌ ସେମାନଙ୍କ ତୁଳନାରେ ସବୁଠାରୁ ଉଚ୍ଚରେ । ଆମେରିକା ବେଆଇନ ପ୍ରବାସୀ ଓ ଅପରାଧୀଙ୍କ ଖତଗଦା ପାଲଟିଛି । ବାଇଡେନ୍‌ଙ୍କ ପାଇଁ ଆମେରିକାରେ ସମାଜିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି ଓ ସେ ହିଁ ବିଶ୍ୱସ୍ତରରେ ଦେଶମାନଙ୍କୁ ଲାଞ୍ଛିତ କରୁଛନ୍ତି । ବାଇଡେନ୍‌ ହିଁ ସ୍ଥିତିକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେବାର ନେତୃତ୍ୱ ନେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ନିଜର ପକ୍ଷ ରଖି ଟ୍ରମ୍ପ କହିଛନ୍ତି ଯେ, ସେ ଯଦି କ୍ଷମତାରେ ଥାଆନ୍ତେ ତେବେ କେବେ ବି ରୁଷିଆ-ୟୁକ୍‌ରେନ୍‌ ଯୁଦ୍ଧ କରାଦେଇ ନଥାନ୍ତେ ।

୨୦୨୪ରେ ହେବାକୁ ଥିବା ନିର୍ବାଚନରେ ୮୦ ବର୍ଷିୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବା ପରେ ତାତି ଉଠିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୂଚନା ଥାଉକି, ଟ୍ରମ୍ପ ମଧ୍ୟ ୱାଇଟ୍‌ ହାଉସ୍‌ କ୍ଷମତା ଦଖଲ ପାଇଁ ୨୦୨୪ରେ ନିର୍ବାଚନ ଲଢିବେ ବୋଲି ଗତବର୍ଷରୁ ଘୋଷଣା କରି ସାରିଛନ୍ତି । ଦେଶରେ ଦରଦାମ୍‌ ବୃଦ୍ଧି ରୋକିବାରେ ଫେଲ ମାରିବା, ବେକାରି ସମସ୍ୟା ବୃଦ୍ଧି, ମାନ୍ଦାବସ୍ଥା, ଅଫଗାନିସ୍ତାନ କ୍ଷମତା ପ୍ରତ୍ୟାହାର ପ୍ରଭୃତି ପ୍ରସଙ୍ଗକୁ ନେଇ ସେ ବାଇଡେନ୍‌ ପ୍ରଶାସନକୁ ଟାର୍ଗେଟ କରି ଆସୁଛନ୍ତି ।

Leave A Reply

Your email address will not be published.