ରାଇସିନା ହିଲରେ ଦ୍ରୌପଦୀ ମୁର୍ମୁଙ୍କ ପୂରିଲା ବର୍ଷେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଇରଙ୍ଗପୁରରୁ ରାଇସିନା ହିଲ୍ସ ମଧ୍ୟରେ ମ୍ୟାଡମ ପ୍ରେସିଡେଣ୍ଟଙ୍କ ଯାତ୍ରା ବେଶ୍ ପ୍ରେରଣାଦାୟୀ ଥିଲା । ଏହାରି ଭିତରେ ରାଇସିନା ହିଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବର୍ଷ ପୂରଣ ହୋଇଛି । ୨୫ ଜୁଲାଇ ୨୦୨୨ରେ ସେ ଦେଶରେ ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହା ପରଠୁ ସେ ସକ୍ରିୟତା ସହ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ବର୍ଷ ବ୍ୟସ୍ତବହୁଳ ରହିଛି । ରାଷ୍ଟ୍ରପତି ଭାବେ ବର୍ଷକର କାର୍ୟ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସହିତ ଭାବ ବିନିମୟର ପ୍ରୟାସ କରିଛନ୍ତି । ଶପଥ ନେବା ସମୟରେ ସଂସଦର ‌କେନ୍ଦ୍ରୀୟ କକ୍ଷରେ ଓଡ଼ିଶାର ମହାନ ସନ୍ଥକବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନ‌ର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଉକ୍ତି ତାଙ୍କର ଆଗାମୀ କାର୍ୟ୍ୟଶୈଳୀର ସଙ୍କେତ ଦେଇଥିଲା ।

Leave A Reply

Your email address will not be published.