୧୦ ଦଫା ଦାବି ନେଇ ଓଡିଶା ବନ୍ଦ କରିଛି ଡ୍ରାଇଭର ମହାସଂଘ, ରାଜଧାନୀରେ ପଡିନି ପ୍ରଭାବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୧୦ ଦଫା ଦାବି ନେଇ ଆଜି ଓଡିଶା ବନ୍ଦ କରିଛି ଡ୍ରାଇଭର ମହାସଂଘ।ବିଭିନ୍ନ ଜାଗାରେ ଏହି ଆନ୍ଦୋଳନ ଦେଖିବାକୁ ମିଳିଛି। କିନ୍ତୁ  ଡ୍ରାଇଭର ମହାସଂଘ ଆନ୍ଦୋଳନର ବିଶେଷ ପ୍ରଭାବ ପଡିନାହିଁ ହଂସ ପାଳ ଅଂଚଳରେ। ଏହି NH16 ରାସ୍ତା ସବୁବେଳେ ଗହଳି ଥାଏ। ଟ୍ରାନ୍ସପୋର୍ଟ ଟ୍ରକ, ବେସରକାରୀ ବସ ଚଳା ଚଳ ଦେଖିବାକୁ ମିଳି ନଥିଲା। ହେଲେ ପ୍ରାଇଭେଟ ଚାରି ଚକିଆ ଓ ଦୁଇ ଚକିଆଯାନ ଚଳା ଚଳ ସ୍ୱାଭାବିକ ରହିଛି।

ଡ୍ରାଇଭର ମହାସଙ୍ଘର ଆନ୍ଦୋଳନରେ ଭୁବନେଶ୍ୱରରେ ମୋ ବସ ସେବା ସ୍ୱାଭାବିକ ଚାଲିଛି। ବେସରକାରୀ ବସ ବନ୍ଦ ରହିଥିବାରୁ ମୋ ବସ ସେବା ଉପରେ ଲୋକେ ନିର୍ଭର କରିଛନ୍ତି।ଯାତ୍ରୀ ମାନେ ମୋ ବସ ସ୍ୱାଭାବିକ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଡ୍ରାଇଭର ସଂଘର ଷ୍ଟିୟରିଙ୍ଗ ଛାଡ଼ ଧର୍ମଘଟ ଉପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଂଘର ଯାହା ଯାହା ଦାବି ରହିଛି, ସେଗୁଡିକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତକାଲି ଡ୍ରାଇଭ ସଙ୍ଘକୁ ନିଵେଦନ କରାଯାଇଥିଲା।

 

Leave A Reply

Your email address will not be published.