ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ମନା ହେଲା ଗାନ୍ଧୀମାର୍ଗ। ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ କିନ୍ତୁ କମିଶନରେଟ ପୋଲିସର ତରଫରୁ ମିଳିଲାନି ଅନୁମତି ।ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଆଜି ସକାଳୁ ରାଜଧାନୀରେ ପହଞ୍ଚିଥିଲେ 400 ରୁ ଉର୍ଦ୍ଧ ଶିକ୍ଷକ।ମାତ୍ର ଗତକାଲି ରାତି ସାଢେ 10 ରେ ପରମିସନ ଆଗ୍ରହ୍ୟ ହୋଇଯାଇଛି ବୋଲି କମିଶନରେଟ ପୋଲିସ ସୂଚନା ଦିଆଯାଇଥିଲା। ଆଇଜି ପାର୍କ ଭିତରେ ବସିଥିବା ଶିକ୍ଷକମାନଙ୍କୁ ମଧ୍ୟ ପାର୍କ ଭିତରୁ ବାହାର କରିଦେଇଥିଲେ ସୁରକ୍ଷା କର୍ମୀ।ଆନ୍ଦୋଳନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁହ ଛୁଟି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ରାଜଧାନୀ ପହଞ୍ଚିବା ପରେ ପ୍ରଶାସନର ଏଭଳି ନିଷ୍ପତି କୁ ନିନ୍ଦା କରିଛନ୍ତି ଶିକ୍ଷକ ସଙ୍ଘ।ଏହା ଆଗତାନ୍ତ୍ରିକ ବୋଲି ସଂଘ କହିଛି।
ଦାବି ଗୁଡିକ ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶୃତିକୁ ୩ ମାସ ପୁର୍ଣ ହୋଇଥିଲେ ବି ଦାବି ପୂରଣ କରିବାରେ ସରକାର।ରାଜଧାନୀରେ ପହଞ୍ଚିଥିବା କିଛି ଶିକ୍ଷକ କହିଛନ୍ତି ଆଗକୁ ସ୍କୁଲରେ ତାଲା ପକାଇ ବିଇଓ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବା ସହ ପରୀକ୍ଷା ରେ ସହଯୋଗ କରିବୁନାହିଁ।ଏହାଶହ ଷ୍ଟିରିଂ କମିଟି ସହ ଆଲୋଚନା ପରେ ପ୍ରତି ବ୍ଲକ ସ୍ତରରେ ଆନ୍ଦୋଳନ କରାଯିବା ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।