ଓଡ଼ିଆ ନ୍ୟୁଜ୍: ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ। ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ବଡ଼ ଖବର । ଆହୁରି ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ୧୫ରୁ ଆନ୍ଦୋଳନକୁ ଜୋରଦାର କରିବ ଡ୍ରାଇଭର ସଂଘ । ଆନ୍ଦୋଳନ ଜୋରଦାର ପାଇଁ ଆହ୍ବାନ ଦେଲେ ସଭାପତି । ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ ।
ଭିଡିଓ ବାର୍ତ୍ତା ଦେଲେ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । କହିଛନ୍ତି, ସରକାର ଡ୍ରାଇଭରଙ୍କୁ ଅଣଦେଖା କରୁଛନ୍ତି । ଏବେ କର ବା ମର ସ୍ଥିତି କହି ଆହ୍ବାନ କଲେ ପ୍ରଶାନ୍ତ ମେଣ୍ଡୁଲି । ମେଣ୍ଡୁଲିଙ୍କୁ ପୋଲିସ ଖୋଜୁଥିବା ବେଳେ ପୁଣି ଆନ୍ଦୋଳନ ଧମକ ଦେଇଛନ୍ତି ମେଣ୍ଡୁଲି ।
ଡ୍ରାଇଭର ଆନ୍ଦୋଳନକୁ ଲାଗିଛି ଶକ୍ତ ଝଟକା । ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ବାନ୍ଧିଲା ପୋଲିସ । ଡ୍ରାଇଭରମାନେ ଧର୍ମଘଟ ଆଳରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କରୁଛନ୍ତି ଏବଂ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ଏବଂ ଧମକାଉଛନ୍ତି ବୋଲି ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା ମିନିଟ୍ରକ ମାଲିକ ସଂଘ ।