ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଭୁବନେଶ୍ବରରେ ପହଞ୍ଚିଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ଶ୍ରୀମତୀ ମୁର୍ମୁ । ତେବେ ଆଜି ସଂନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଏମ୍ସିଏଲ୍ ଗେଷ୍ଟ ହାଉସ୍ରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ବିଜେପି ନେତା ଓ କର୍ମୀ ସ୍ବାଗତ ଜଣାଇଛନ୍ତି। ଦୌପଦୀ ମୁର୍ମୁ ଆଜି ଗେଷ୍ଟ ହାଉସ୍ରେ ରାତ୍ରୀ ଜାପାନ କରିବେ । ଆସନ୍ତାକାଲି ସକାଳୁ ସେ ଦିଲ୍ଲୀ ଅଭିମୁଖେ ବାହାରିବେ।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଗତକାଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।