ବନ ବିଭାଗର ଅବହେଳା ଯୋଗୁଁ ଜଙ୍ଗଲୀ ପୋଢ଼ର ଗଲା ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଇଁନ୍ତଲା,ତତଲାଗଡ଼ ରେ ତତଲା ତାତି ଲୋକଙ୍କୁ କଳବଳ କରୁ ଥିବା ବେଳେ ବନ୍ୟଜନ୍ତୁ ମଧ୍ୟ ପାଣି ପାଇଁ କଲ ବଳ ହେଉ ଥିବା ନେଇ ଗାଁ ମୁହାଁ ଏବେ ବନ୍ୟଜନ୍ତୁ l ବନ ବିଭାଗ ର ଅବହେଳା ଯୋଗୁଁ ଯୋଗୁଁ ଅନେକ ବନ୍ୟ ଜନ୍ତୁ ମାନଙ୍କ ଜୀବନ ଯାଉ ଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି l ନିଦା ବିଷ୍ଣୁ ବନ ବିଭାଗ ସାଜି ଥିବା ବେଳେ ଶେଷରେ ଜଙ୍ଗଲ ଭିତରେ ଏକ ଜଙ୍ଗଲୀ ପୋଢ଼ ର ଜୀବନ ଯାଇ ଥିବା ବେଳେ ଚର୍ଚ୍ଚା ଜୋର ଧରିଛି l ବନ ବିଭାଗ ସୋଇଛି ନାଁ ଚେଇଁଛି ଏହି ଘଟଣା ରୁ ସ୍ପଷ୍ଟ ଭାବେ ପ୍ରମଣୀତ କରିଛି l ତେବେ ସଇଁନ୍ତଲା ବନଖଣ୍ଡ ଧାମନ ଡୁଙ୍ଗୁରି ପାହାଡ ରେ ଏକ ଜଙ୍ଗଲି ପୋଢ଼ ର ମୃତ୍ୟୁ ଦେହକୁ ଉଦ୍ଧାର କରିଛି ବନ ବିଭାଗ।

ସୂଚନା ମତେ, ସଇଁନ୍ତଲା ରେଞ୍ଜ ଅଧୀନସ୍ଥ ଧାମନ ଡୁଙ୍ଗୁରି ପାହାଡ ରେ ଏକ ଜଙ୍ଗଲ ପୋଡ଼ ମୃତ୍ୟ ହୋଇଥିବା ସ୍ଥାନୀୟ ଲୋକେ ଜାଣିପାରିଥିଲେ।ପରେ ସ୍ଥାନୀୟ ଲୋକେ ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ।ଖବର ପାଇ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇ, ବଲାଙ୍ଗୀର ଏସିଏଫ୍ ଜିତେନ୍ଦ୍ର ସାହୁ ବନ ବିଭାଗ କର୍ମଚାରୀ ଙ୍କ ସହ ଏକ ଟିମ ଆସି ଘଟଣା ସମ୍ପର୍କ ରେ ଛାନଭିନ୍ ଆରମ୍ଭ ତଦନ୍ତ କରିଥିଲେ । କିଭଳି ଭାବେ ମୃତ୍ୟୁ ଘଟିଲା ନାଁ ବନ ଶିକାରୀ ମାନେ ହତ୍ୟା କଲେ ତାହା କାରଣ ଅସ୍ପଷ୍ଟ ରହିଛି l ବନ ବିଭାଗ କାହିଁକି ପେଟ୍ରୋଲିଙ୍ଗ କରୁ ନାହିଁ ତାହା କୁ ନେଇ ପ୍ରଶ୍ନ ଉଙ୍କି ମାରୁଛି l ଗୋଟିଏ ନିରୀହ ବନ୍ୟ ଜନ୍ତୁ ର ଜୀବନ ଯାଇ ଥିବା ବେଳେ ଦାୟୀ କିଏ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି l

Leave A Reply

Your email address will not be published.