ଓଡ଼ିଆ ନ୍ୟୁଜ୍: ଦଶହରା ଦୁର୍ଗାମେଢ଼ଗୁଡ଼ିକୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୦୮୫ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦିଆଯିବ। ମୋଟ୍ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କାର ଦିଆଯିବ ଆର୍ଥିକ ଅନୁଦାନ।ଦୁର୍ଗାମେଢ଼କୁ ୩ଟି ବର୍ଗରେ ବିଭକ୍ତ କରାଯାଇ ଅନୁଦାନ ରାଶି ଦିଆଯିବ। ଐତିହ୍ୟ ସଂପନ୍ନ ଦୁର୍ଗାମେଢ଼: ୨୧୫ ମେଢ଼କୁ ଦିଆଯିବ ୨ କୋଟି ୧୭ ଲକ୍ଷ ଟଙ୍କା। ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼: ୧୯୭ ମେଢ଼କୁ ଦିଆଯିବ ୧ କୋଟି ୪୭ ଲକ୍ଷ ଟଙ୍କା।୫୦ ବର୍ଷ ପୁରୁଣା ଦୁର୍ଗାମେଢ଼: ୬୭୩ ମେଢ଼କୁ ଦିଆଯିବ ୩ କୋଟି ୩୬ ଲକ୍ଷ ଟଙ୍କା।