ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା

0

ଓଡ଼ିଆ ନ୍ୟୁଜ୍: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା। ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ।୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ।ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା।ବ୍ୟାଙ୍କକରୁ ଚାଲାଣ ବେଳେ ଭୁବନେଶ୍ୱରରେ ଯୁବକ ଜଣକ ଧରାପଡ଼ିଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛିI ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍‌ ଅଧିକାରୀମାନେ ୪ ‌କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍‌ସ ମାରିଜୁଆନା ଜବତ କରିଥିଲେ। ଏହା ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଥିଲା। ବିମାନରେ ଜଣେ ଯୁବକ ଓ ଜଣେ ଯୁବତୀ ନିଶାଦ୍ରବ୍ୟ ଆଣୁଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ୍‌ ଅଧିକାରୀମାନେ ଚେକିଂ କରିଥିଲେ।

 

 

Leave A Reply

Your email address will not be published.