ଓଡ଼ିଆ ନ୍ୟୁଜ୍: ବେଦଧ୍ବନି, ହୋମଯଜ୍ଞ, ଚଣ୍ଡୀପାଠରେ ଚାଲିଛି ମା’ଦୁର୍ଗାଙ୍କ ମହାସପ୍ତମୀ ପୂଜା । ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡୀପାଠରେ ଚାଲିଛି ଦେବୀଙ୍କ ମହାସପ୍ତମୀ ପୂଜା । ଶକ୍ତିପୀଠରେ ଆଜି ମହାଷ୍ଟମୀ । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ । ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’ କଟକ ଚଣ୍ଡୀ, ଝଙ୍କଡ଼ ଶାରଳା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ଗତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ଉପଚାର ପୂଜା ଆଜିକୁ ୧୬ଦିନ ତଥା ଅନ୍ତିମ ଦିବସରେ ପହଞ୍ଚିଛି ଏବଂ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ ।