ଓଡ଼ିଆ ନ୍ୟୁଜ୍: ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏସିଆ କପ୍ରେ ଭାଗ ନେଇଥିବା ସମସ୍ତ ଖେଳାଳି ଓ ସହଯୋଗୀ ଷ୍ଟାଫ୍ଙ୍କୁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି । ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସ ଜରିଆରେ ଏହି ପୁରସ୍କାର ରାଶି ଘୋଷଣା ହୋଇଛି ।ରବିବାରରେ ଦୁବାଇର କ୍ରିକେଟ ଷ୍ଟାଡିୟମ୍ରେ ଏସିଆ କପ୍ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ ।