ଭାଙ୍ଗିଲା ଲାଇଟ୍ ଗେଟ୍; ୨ ଗୁରୁତର

0

ଓଡ଼ିଆ ନ୍ୟୁଜ୍:  ବାଲିକୁଦା ବଜାରରେ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍ ଗେଟ୍।୨ ଜଣ ଗୁରୁତର, ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି।ଜଗତସିଂହପୁର-ମାଛଗାଁ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ।ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବାଲିକୁଦା ଥାନା ଓ ଅଗ୍ନିଶମ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାରଣରୁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ମୁଖ୍ୟ ରାସ୍ତା ଅବରୋଧ ହୋଇଥିବା କାରଣରୁ ଯାତାୟାତ ଠପ୍ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ କଟର ସହାୟତାରେ ବାଉଁଶ କାଟି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.