ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ ୯ ଟା ୪୯ ସମୟରେ ଏହି କମ୍ପନ ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଚଣ୍ଡିଗଡ଼ରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଭୂମିକମ୍ପ ଯୋଗୁଁ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଥିବା ବେଳେ ଭୂମିକମ୍ପର ତୀବ୍ରତା ୫.୭ ଥିଲା ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଆଫଗାନିସ୍ତାନ ଏବଂ ତାଜିକସ୍ତାନ ସୀମାରେ ଥିବ ହିନ୍ଦୁକୁଶ ପାହାଡ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି । ତେବେ ଏହା ପୂର୍ବରୁ ଜାନୁଆରୀ ୧୪ରେ ମଧ୍ୟ ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୁତ ହୋଇଥିଲା ଯାହାର ତିବ୍ରତା ୫.୩ ଥିବାବେଳେ ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ତାଜିକସ୍ତାନ ବୋଲି ଜଣାପଡିଛି ।