ଓଡ଼ିଆ ନ୍ୟୁଜ୍: ପ୍ରଶାନ୍ତ ମହାସାଗରରେ ୬.୩ ତୀବ୍ରତାର ଭୂମିକମ୍ପ ଝଟକା। ଭୂମିକମ୍ପ ପାଇଁ ଇକ୍ୱେଡରରେ ଆତଙ୍କ। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ପ୍ରଶାନ୍ତ ମହାସାଗରରେ ଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଏହି କମ୍ପନ ପ୍ରଭାବରେ ଉତ୍ତର ଇକ୍ୱେଡର ଦୋହଲି ଯାଇଛି। ଏଥିରେ ବିଶେଷ କିଛି ଧନଜୀବନ ହାନୀର ସୂଚନା ଆସି ନଥିଲେ ମଧ୍ୟ କେତେକ ଘରେ ଫାଟ ପଡିଥିବାର ସୂଚନା ଆସୁଛି।
ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ ସର୍ଭେ ଅନୁସାରେ ଭୂମିକମ୍ପର କେନ୍ଦ୍ର ଏସ୍ମେରାଲଡାସ ସହରରୁ ୨୦.୯ କିଲୋମିଟର ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଥିଲା। ଏହାର ଗଭୀରତା ଭୂ-ଗର୍ଭର ୩୫ କିଲୋମିଟର ତଳେ ଥିବାର ଏଥିରେ କୁହାଯାଇଛି। ଇକ୍ୱେଡର ବିପର୍ଯ୍ୟୟ ପ୍ରବନ୍ଧନ କାର୍ଯ୍ୟାଳୟ ଏ ନେଇ ଏକ୍ସ ରେ ପୋଷ୍ଟ କରିଥିବା ବେଳେ ଭୂମିକମ୍ପ ଅନୁନ୍ୟ ୧୦ଟି ପ୍ରାନ୍ତରେ ଅନୁଭୂତ ହୋଇଥିବା କହିଛି। ତେବେ ପରିସ୍ଥିତି ଉପରେ ନଜର ରଖା ଯାଇଥିବା ବେଳେ ସୁନାମୀ ସତର୍କତା ଜାରି ହୋଇ ନଥିବା କୁହାଯାଇଛି।