ଭୂମିକମ୍ପରେ ଥରିଲା ରୁଷିଆ

0

ଓଡ଼ିଆ ନ୍ୟୁଜ୍: ରୁଷିଆରେ ଶକ୍ତିଶାଳୀ ଭୂକଂପ ଝଟ୍‌କା ଅନୁଭୂତ।କାମଚଟକା ଦ୍ବୀପରେ ଭୂକଂପ, ରିକ୍ଟର ସ୍କେଲରେ ତୀବ୍ରତା ୭.୩।ଏଯାବତ୍ କୌଣସି କ୍ଷୟକ୍ଷତି ସୂଚନା ମିଳିନି ।ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଯଦି ସୁନାମି ଆସେ, ତେବେ ଏହା ବିନାଶ ଆଣିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପରି ପରିସ୍ଥିତିରେ କାମଚଟକା ଉପକୂଳ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୦ କିଲୋମିଟର ଗଭୀରତାରେ ଥିଲା ବୋଲି ଜଣାଯାଇଛି।

ତେବେ ଜୁଲାଇ ୩୦ରେ ହୋଇଥିବା ଭୂକମ୍ପର ତୀବ୍ରତା ୮.୮ ଥିଲା। ଭାରତୀୟ ସମୟ ଅନୁଯାୟୀ ବୁଧବାର ଭୋର୍‌ ୪ଟା ୫୪ ମିନିଟରେ ଏହି ଭୂକମ୍ପ ଆସିଥିବା ବେଳେ ସମଗ୍ର ପ୍ରଶାନ୍ତ କ୍ଷେତ୍ର ପାଇଁ ଏହା ସୁନାମି ବିପଦ ଆଣିଥିଲା। କାମ୍‌ଚାଟ୍‌କାରେ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିଥିଲା। ଫଳରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୯.୩ କିଲୋମିଟର ଗଭୀରତାରେ ଥିଲା। କାମ୍‌ଚାଟ୍‌କା ଗଭର୍ଣ୍ଣର ଭ୍ଲାଦିମିର ସୋଲୋଡୋଭ୍‌ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ଆଜିର ଭୂମିକମ୍ପ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା

Leave A Reply

Your email address will not be published.