ଲଦାଖର କାର୍ଗିଲ ନିକଟରେ ଭୂକମ୍ପ ଝଟ୍‌କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଦାଖର କାର୍ଗିଲ ନିକଟରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଲଦାଖର କାର୍ଗିଲ ନିକଟରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲଠାରୁ ୩୧୪ କିମି ଉତ୍ତର-ଉତ୍ତରପଶ୍ଚିମରେ ଥିଲା।

ଭାରତୀୟ ସମୟାନୁସାରେ ଦିନ ୧ଟା ୦୮ରେ ଭୂପୃଷ୍ଠରୁ ୨୦ କିମି ଗଭୀରତାରେ ଭୂକମ୍ପ ହୋଇଥିଲା। ନସିଏସ୍ ଏନେଇ ଏକ ଟ୍ୱିଟ୍(ବର୍ତ୍ତମାନର ଏକ୍ସ) ପୋଷ୍ଟ ଯୋଗେ ସୂଚନା ଦେଇଛି। ଏନସିଏସ୍ ରିପୋର୍ଟ ମୁତାବକ, ଆଜି ଦିନ ପ୍ରାୟ ୧୨.୩୧ ସମୟରେ ଶ୍ରୀଲଙ୍କାର କଲମ୍ବୋ ସହରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଝଟକା ୬.୨ ମ୍ୟାଗ୍ନିଚ୍ୟୁଡ୍ ତୀବ୍ରତା ରହିଥିଲା। ୧୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ଝଟକାର ପ୍ରଭାବ ରହିଛି। ଖବର ଲେଖାହେବା ସୁଦ୍ଧା କୌଣସି କ୍ଷୟକ୍ଷତିର ଆକଳନ କରାଯାଇନଥିଲା।

ବିଗତ କିଛି ଦିନ ହେବ ଦେଶ ତଥା ବିଦେଶର ଅନେକ ସ୍ଥାନରେ ଲଗାତାର ଭାବେ ଭୂକମ୍ପ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀରେ ଏକାଧିକ ଥର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହେବା ସହ ପାକିସ୍ତାନ, ନେପାଳ ଏବଂ ଆଫଗାନିସ୍ତାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସେହିପରି ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଭୂକମ୍ପ ଦେଶରେ ଜରୁରୀକାଳୀନ ପରିସ୍ଥିତ ସୃଷ୍ଟି କରିଛି। ଗତ ୧୦ ତାରିଖରେ ମାତ୍ର ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଭୂକମ୍ପ ଝଟକା ଲାଗିଥିଲା ଆଇସଲ୍ୟାଣ୍ଡରେ।

Leave A Reply

Your email address will not be published.