ଇଣ୍ଡୋନେସିଆର ଭୂକମ୍ପ ଝଟକା ଅନୁଭୂତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜି ଇଣ୍ଡୋନେସିଆର ଭୂକମ୍ପ ଝଟକା ଅନୁଭୂତ । ତେବେ ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାରୁ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବ‌େଳେ ଲୋକମାନେ ଭୟଭୀତ ହୋଇଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

କିନ୍ତୁ, ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ। ଇଣ୍ଡୋନେସିଆର ‘ମିଟେରୋଲୋଜି, କ୍ଲାଇମାଟୋଲୋଜି ଓ ଜିଓଫିଜିକାଲ୍‌ ଏଜେନ୍‌ସି’ରେ ଥିବା ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା।

ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ।ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ  ରିପୋର୍ଟ କରିଛି, ଇଷ୍ଟ୍‌ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍‌ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍‌ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ।

Leave A Reply

Your email address will not be published.