ହଜାର ହେବେନି କେଜ୍ରିୱାଲ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଅର୍ଥାତ୍ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଦେଇଥିବା ସମନରୁ ବଞ୍ଚିତ ହୋଇଛନ୍ତି। କେଜ୍ରିୱାଲ ଅନୁସନ୍ଧାନକାରୀ ସଂସ୍ଥାକୁ ଲେଖିଛନ୍ତି ଯେ ଏହି ଡାକରା ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ ଅଭିଯୋଗ କରିଛନ୍ତି ଯେ ଏହି ଡାକରା ବିଜେପିର ଅନୁରୋଧ କ୍ରମେ ପଠାଯାଇଛି। ଗଣମାଧ୍ୟମକୁ ସେ କହିଛନ୍ତି ଏହି ନୋଟିସକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବେଆଇନ ବୋଲି ସେ ଇଡିକୁ ଏକ ରିପ୍ଲାଇ ଲେଖିଛନ୍ତି ।

ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିବାକୁ ନୋଟିସ ପଠାଇଥିଲା । ତେବେ କେଜ୍ରିୱାଲ ଆଜି ଇଡି ଆଗରେ ହାଜର ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଉ ଉତ୍ତରରେ କହିଛନ୍ତି ଏହି ନୋଟିସ୍ ବେଆଇନ୍ । କହିବାକୁ ଗଲେ ମଦ ନୀତି ଦୁର୍ନୀତିରେ ଟଙ୍କା ହେରଫେର ମାମଲାରେ ଇଡି ଅନୁସନ୍ଧାନ କରୁଛି । ଯାହା ଜଣାପଡୁଛି କେଜ୍ରିୱାଲଙ୍କୁ ଡକାଇବା ପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥା ପ୍ରମାଣ ସଂଗ୍ରହ କରିଛନ୍ତି ।

ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି । ସିଏମ କେଜ୍ରିୱାଲଙ୍କ ହାଜର ହେବା ପୂର୍ବରୁ ଇଡି AAP ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ ବି ହୋଇଛି । ତେବେ ସୂଚନା ମୁତାବକ,

Leave A Reply

Your email address will not be published.