ଅମରନାଥରେ ବାଦଲଫଟା ବର୍ଷା: ୫୦ ଶ୍ରଦ୍ଧାଳୁ ଏବେ ବି ନିଖୋଜ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥରେ ଘଟିଛି ଏକ ବଡ ଧରଣର ଅଘଟଣ। ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ମଧ୍ୟରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟି ୧୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି। ଏହାସହ ପ୍ରାୟ ୫୦ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ବାଦଲ ଫାଟିବା ପରେ ପାହାଡ ଧସି ଶ୍ରଦ୍ଧାଳୁଙ୍କ ପାଇଁ ଥିବା ପ୍ରାୟ ୪୦ଟି ଅସ୍ଥାୟୀ ତମ୍ବୁ ପାଣି ବହି ଯାଇଥିଲା।

ଖବର ପାଇବା ମାତ୍ରେ ସେନାବହାହିନୀ, ଏନଡିଆରଏଫଙ୍କ ସହ ଏସଡିଆରଏଫ ସମେତ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ବିିଭିନ୍ନ ଟିମ୍ ତୁରନ୍ତ ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ। ପ୍ରବଳ ଜଳ ସ୍ରୋତରେ କବଳରେ ଆସିଥିବା ଶିବିର ଓ ତମ୍ବୁରେ ଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଗୁମ୍ଫା ନିକଟରେ ପ୍ରାୟ ପାଞ୍ଚ ହଜାର ଲୋକେ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରାକୁ ବର୍ତ୍ତମାନ ବନ୍ଦ ରଖାଯାଇଛି। ଉଦ୍ଧାରକାରୀ ଦଳ ବିଳମ୍ବିତ ରାତିରେ ବରଫ ଜଳ ଓ ଅତ୍ୟଧିକ ଥଣ୍ଡା ସତ୍ତେ୍ୱ ଉଦ୍ଧାରକାର୍ୟ୍ୟ ଜାରି ରଖିଥିଲେ।

ଅଧିକାରୀଙ୍କ କହିବାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ଅମରନାଥ ଗୁମ୍ଫା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି ବାଦଲ ଫାଟିଥିଲା। ଫଳରେ ଗୁମ୍ଫା ସମ୍ମୁଖରେ ବହି ଯାଇଥିବା ନାଳରେ ବନ୍ୟା ଆସିବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁମ୍ଫାର ସାମ୍ନାରେ ହିଁ ଯାତ୍ରୀଙ୍କ ପାଇଁ ତମ୍ବୁର ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.