ଓଡ଼ିଆ ନ୍ୟୁଜ୍: ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ sir।ପ୍ରେସ୍ କନଫରେନ୍ସରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର। ‘ବିହାରରେ ସଫଳତା ପରେ ସାରା ଦେଶରେ କରିବାକୁ ନିଷ୍ପତ୍ତି। ବିହାରରେ ସାଢ଼େ ୭ କୋଟି ଭୋଟର ଭାଗନେବା ସ୍ବାଗତଯୋଗ୍ୟ’।‘ପର୍ଯ୍ୟାୟ ଭିତ୍ତିରେ ସାରା ଦେଶରେ କରିବାକୁ ନିଷ୍ପତ୍ତି’।‘ଫେକ୍ ଭୋଟରଙ୍କୁ ବାଦ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ୧୨ଟି ରାଜ୍ୟରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଉଛି। ଏହି ପର୍ଯ୍ୟାୟରେ ଭୋଟ ତାଲିକାର ଅପଡେସନ , ନୂଆ ଭୋଟରଙ୍କ ନାମ ଯୋଡ଼ିବା ଓ ତ୍ରୁଟି ଗୁଡ଼ିକୁ ସୁଧାରିବା କାମ କରାଯିବ।
ଦିଲ୍ଲୀରେ ପ୍ରେସ୍ କନଫରେନ୍ସକୁ ସମ୍ୱୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ,ଆଜି ଆମେ ଏଠାରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସଆଇଆର)ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭର ଘୋଷଣା ପାଇଁ ଉପସ୍ଥିତ ଅଛୁ। ମୁଁ ବିହାରର ଭୋଟରଙ୍କୁ ଶୁଭକାମନା ଦେଉଛି ଏବଂ ତାଙ୍କ ଉପରେ ୭.୫ କୋଟି ଭୋଟଙ୍କୁ ପ୍ରଣାମ କରୁଛି , ଯେଉଁମାନେ ଏହି ପ୍ରକ୍ରିୟାରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଏହାକୁ ସଫଳ କରାଇଛନ୍ତି।