ବିଜେଡି ନେତାଙ୍କ ଘରେ ED

0

ଓଡ଼ିଆ ନ୍ୟୁଜ୍: ଆସିକା: ଶେରଗଡ଼ର ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ED ରେଡ୍।ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଘରେ ୩ଟି ଟିମ୍‌ର ଚଢାଉ। ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ହେଉଛନ୍ତି ହୃଷିକେଶ ପାଢ଼ୀ। ଇଡିର ୫ ରୁ ଅଧିକ ଦଳ ଗଞ୍ଜାମର ବ୍ରହ୍ମପୁର ସହର, ଶେରଗଡ଼ ଓ ଆସିକା ଅଞ୍ଚଳରେ ରେଡ୍ କରାଯାଉଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ସେହିପରି ବ୍ରହ୍ମପୁର ଅମ୍ବିକା ନଗରରେ ରହୁଥିବା ତାଙ୍କ ପୁଅ ସଚିନ ପାଢୀଙ୍କ ଘରେ ତନାଘନା ଜାରି ରହିଛି ।

ହୃଷୀକେଶ ଓ ତାଙ୍କ ପୁଅ ଜଣାଶୁଣା ଠିକାଦାର। ଶେରଗଡରେ ବିଜେଡି ସଂଗଠନର ମଙ୍ଗ ଧରିଥିବା କୁହାଯାଉଛି । ସେହିପରି ଆସିକା ବ୍ଲକ ଖାରିଆ ସରପଞ୍ଚ ଓ ତାଙ୍କ ସ୍ୱାମୀ ଜଣାଶୁଣା ମଦ ଓ ବାଲି ବ୍ୟବସୟୀ ଭଗବାନ ସାହୁଙ୍କ ବାସଭବନ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି । ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲି ଉମାନଗର ଅଞ୍ଚଳରେ ଥିବା ଗଞ୍ଜାମର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଆଜିର ଏହି ଚଢଉ ସମ୍ପର୍କରେ ଇଡି ପକ୍ଷରୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି ।

Leave A Reply

Your email address will not be published.