ଓଡ଼ିଆ ନ୍ୟୁଜ୍: ସାରା ରାଜ୍ୟରେ ପାଳନ ହେଉଛି ଇଦ୍।ମୁସଲମାନ୍ଙ୍କ ବଡ଼ ପର୍ବ ଇଦ୍। ମସଜିଦ୍ରେ ସମୂହ ନମାଜ ପାଠ।ସକାଳୁ ସକାଳୁ ମସଜିଦ୍ରେ ଭିଡ଼। ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା।ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ ଅବସରରେ ମାସେ କାଳ ଉପବାସ ପରେ ପାଳିତ ହେଉଛି ଇଦ । ଚାନ୍ଦ ଦେଖିବା ପରେ ଇଦ ପାଳିତ ହେଉଛି । ଭଦ୍ରକ ଜିଲ୍ଲା ମଧ୍ୟ ଇଦ ପାଇଁ ଉତ୍ସବମୁଖର ହୋଇଛି ।
ଜିଲ୍ଲାର ବିଭିନ୍ନ ମସଜିଦରେ ନମାଜ ଆୟୋଜିତ ହୋଇଛି । ହଜାର ହଜାର ସଂଖ୍ୟକ ମୁସଲିମ ଧର୍ମାବଲମ୍ବୀ ମାନେ ଇଦଗାହ ଠାରେ ସାମୁହିକ ଭାବେ ନମାଜ ପାଠ କରିଛନ୍ତି । ନମାଜ ପରେ ସମସ୍ତେ ଅନ୍ୟ ଙ୍କୁ ଆଲିଙ୍ଗନ କରି ଇଦ ମୁବାରକ ବା ଅଭିନନ୍ଦନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ମୃତୟନ ହେବା ସହ ପେଟ୍ରୋଲିଂ କରାଯାଉଛି ।