ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା; ଶାସକ ଦଳକୁ ବିରୋଧୀଙ୍କ ଟାର୍ଗେଟ

0

ନିର୍ବାଚନ ନହେଉଣୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି। ଢେ଼ଙ୍କାନାଳର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଏବେ ନିଖୋଜ ଥିବାବେଳେ ଗତ କିଛି ଦିନ ତଳେ କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ ସେନେଇ ବିଜେପି ବିଜେଡିକୁ ଦାୟୀ କରୁଛି । ଯେଉଁଥିପାଇଁ ବିରୋଧୀ ଓ ଶାସକ  ଉଭୟ ଉଭୟଙ୍କୁ ଦୋଷାରୋପ କରୁଛନ୍ତି।

ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଗର୍ଜିଛନ୍ତି ଦଳୀୟ ନେତା। ବିଜେପିର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାରିବାର ଭୟ ରହିଥିବାରୁ ବାରମ୍ବାର ବିଜୁ ଜନତା ଦଳ ଉପରେ ମିଥ୍ୟ ଅପପ୍ରଚାର କରୁଥିବାରୁ ବିଜେପିକୁ ନିନ୍ଦା କରିଛି ବିଜେଡ଼ି। ବିଜେଡିର ସ୍ବଚ୍ଛ ଶାସନ ଏବଂ ଲୋକପ୍ରିୟତା ଦେଖି ବିଜେପି  ଭୟ କରୁଛି।    ବିଜେଡି ବିରୋଧରେ ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ମଧ୍ୟ ଲୋକେ ବିଜେଡି ସହ ଅଛନ୍ତି ଓ ରହିବେ। ଏଥିରେ ବିଜେଡିର କୌଣସି ହାତ ନାହିଁ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବଂ ବିକାଶ କାର୍ଯ୍ୟକୁ ବିଜେପି ସହ୍ୟ କରିପାରୁ ନାହିଁ, ଯାହାକୁ ନେଇ ସେ ବର୍ତ୍ତମାନ ଏଭଳି ମନ୍ତବ୍ୟ ଦେବାରେ ପଛାଉ ନାହିଁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.