୨ ଜଣଙ୍କୁ ଦଳିଦେଲା ଦନ୍ତା

0

ଓଡ଼ିଆ ନ୍ୟୁଜ୍ : ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା।ଜଣେ ମହିଳା ସମେତ ୨ ଜଣଙ୍କ ମୃତ୍ୟୁ ସୂଚନା।ହାତୀ ଘଉଇଡ଼ାବାକୁ ଭୀଷ୍ମଗିରି ଫରେଷ୍ଟ ଟିମ୍‌ର ଉଦ୍ୟମ।

ଖବର ଅନୁଯାୟୀ, ରବିବାର ସକାଳେ ଜଲମେରିପଲ୍ଲୀ ଗ୍ରାମର ଗୋପିନାଥ ପ୍ରଧାନ ଏବଂ ଉର୍ମିଳା ରାଉତ ବିଲକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଭୀଷ୍ମଗିରି ଫରେଷ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.