ହାତୀ ରାମୁର କଙ୍କାଳ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର।ଭରତପୁର ଜଙ୍ଗଲରେ ମାଟି ତଳୁ ‘ରାମୁ’ର କଙ୍କାଳ ଉଦ୍ଧାର। ୨ଟି ଦାନ୍ତ ଉଦ୍ଧାର; ଗୋଟିଏର ଓଜନ ୪ କିଲୋ, ଅନ୍ୟଟିର ଅଢ଼େଇ କିଲୋ।ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଦ୍ବାରା ହେଲା ଉଦ୍ଧାର। ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ। ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା ହାତୀ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ପରିଡ଼ାଙ୍କ ନେତୃତ୍ବରେ ୨୪ ଜଣିଆ ଟିମ୍ ରାମୁର କଙ୍କାଳକୁ ବାହାର କରିଛନ୍ତି । ଏହି ଟିମରେ ଡାକ୍ତର ଶିବ ପ୍ରସାଦଙ୍କ ସହ ଏମ୍ସ ହସ୍ପିଟାଲର ଫୋରେନସିକ୍ ଏକ୍ସପର୍ଟ ଡାକ୍ତର ସୁଦୀପ୍ତ ରଞ୍ଜନ ସିଂ, ସ୍ନେକ ହେଲ୍ପ ଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ସହ ଭରତପୁର ରେଞ୍ଜର ଓ ବନ ଅଧିକାରୀ ଉପସ୍ଥିତ ଥିଲେ । ସକାଳ ୯ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୭ ଘଣ୍ଟାରୁ ଅଧିକ ସମୟ ଧରି ହାତୀର ବିଭିନ୍ନ ଅଂଶକୁ ଉଦ୍ଧାର କରିଥିଲେ ଏହି ଟିମ୍ । ହାତୀର ମୁଣ୍ଡ, ପଞ୍ଜୁରୀ ହାଡ଼, ଗୋଡ଼କୁ ପ୍ରଥମେ ବାହାର କରାଯାଇଥିଲା । ପରେ ହାତୀର କଙ୍କାଳ ବାହାର କରି ଏହାକୁ ସଂରକ୍ଷିତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କଙ୍କାଳକୁ ପ୍ରଥମେ ସଫେଇ କରାଯିବ ଓ ଏହାପରେ କେମିକାଲ୍ ଟ୍ରିଟମେଣ୍ଟ କରାଯାଇ ହାତୀର ସବୁ ଅଙ୍ଗକୁ ଏକାଠି କରିବେ ବେଶେଷଜ୍ଞ ।

ରାମୁ ଚନ୍ଦକା ଅଭୟାରଣ୍ୟରର ହୋଇଥିବାରୁ ତାର କଙ୍କାଳକୁ କୌଣସି ମ୍ୟୁଜିୟମରେ ନରଖି ଗୋଡ଼ିବାରୀରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ହାତୀ ରାମୁର କଙ୍କାଳ ଉଦ୍ଧାର ପ୍ରକ୍ରିୟା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କାରଣ ଜଙ୍ଗଲୀ ହାତୀ ରାମୁ ଜଙ୍ଗଲ ପାଖରେ ରହୁଥିବା ସ୍ଥାନୀୟବସିନ୍ଦା ହୁଅନ୍ତୁ କିମ୍ବା ଚନ୍ଦକା ଡମପଡା ରେଞ୍ଜ ବନ ଅଧିକାରୀ ଓ କର୍ମଚାରୀ ସମସ୍ତଙ୍କ ପ୍ରିୟ ଥିଲା । ସମସ୍ତଙ୍କ ବୋଲ ମଧ୍ୟ ମାନୁଥିଲା । ରାମୁ ହାତୀ ସଂପର୍କରେ ପ୍ରତିକ୍ରିୟା ରଖି ଜଙ୍ଗଲ ମନ୍ତ୍ରୀ କହିଛନ୍ତି ରାମୁ ଜଙ୍ଗଲ ବିଭାଗ ପାଇଁ ଆଇକନ୍ ଥିଲା । ତାପ୍ରତି ଜଙ୍ଗଲ ବିଭାଗର ସମ୍ମାନ ଥିଲା । ଆଗକୁ ଜଙ୍ଗଲ ବିଭାଗ ଛାତ୍ରଛାତ୍ରୀ ମାନେ ରାମୁ ଉପରେ ଗବେଷଣା କରିବେ । ରାମୁ କଙ୍କାଳ ମ୍ୟୁଜିୟମକୁ ଆସିବା ନିଶ୍ଚିତ ବଡ଼ ଘଟଣା ।

 

Leave A Reply

Your email address will not be published.